ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା କରୋନା ୪୨୦ ଡାକ୍ତରଙ୍କ ଜୀବନ ନେଇଥିବା ଆଇଏମ୍ଏ ପକ୍ଷରୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରେ ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେହିପରି ବିହାରରେ ୯୬, ଉତ୍ତରପ୍ରଦେଶରେ ୪୧, ଗୁଜରାଟରେ ୩୨, ଆନ୍ଧ୍ରପ୍ରଦେଶରେ ୨୬, ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ ୧୩, ଆସାମରେ ୩, ଗୋଆରେ ୨ ଏବଂ ହରିୟାଣାରେ ୨ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।
More Stories
ରମଜାନ ପରେ ବେଲୁଚିସ୍ତାନରେ ଗଣହତ୍ୟା ଆରମ୍ଭ କରିବ ପାକ୍ ସେନା…..
ଭାରତର ଶାନ୍ତି ପ୍ରସ୍ତାବ ବଦଳରେ ଶତ୍ରୁତା ଦେଇଥାଏ ପାକିସ୍ତାନ…..
ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ….