ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ଆଜି ୪୩ ମନ୍ତ୍ରୀ ଶପଥ ନେଇଛନ୍ତି। କୋଲକାତାର ରାଜ ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କିଛି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଜିତିବା ପରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ପୂର୍ବରୁ ଶପଥ ଗ୍ରହଣ କରି ସାରିଛନ୍ତି | କିନ୍ତୁ ତାଙ୍କ କ୍ୟାବିନେଟ ଆଜି ଶପଥ ଗ୍ରହଣ କରିନ୍ତି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ରାଜ ଭବନରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ବଙ୍ଗଳାର ରାଜ୍ୟପାଳ ଜଗଦୀପ ଧନଖଡ଼ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ, ରାଜ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନିଜଣ ମନ୍ତ୍ରୀ ଶପଥ ନେଇଥିଲେ। ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….