Report Card Odisha

| Daily Odia News

କରୋନା ରୋଗୀଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଅମିତାଭ ବଚ୍ଚନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର କୋଭିଡ୍‌ କେୟାର୍‌ ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଟଙ୍କା ସହାୟତା ପ୍ରଦାନ କରଛନ୍ତି । ଏହାଛଡା ସେ କୋଭିଡ୍‌ ‌ହସ୍ପିଟାଲ୍‌ ପାଇଁ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏ ନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂ ସିର୍ସା ଘୋଷଣା କରିଛନ୍ତି। ଏହାଛଡା ୩୦୦ ଶଯ୍ୟା ବିଶିଷ୍ଟ ଏହି ସୁବିଧାରେ ଆଜିଠୁ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି। ଏହି ଅବଦାନ ପାଇଁ ସେ ବିଗ୍‌ ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଭାପତି ମନଜିନ୍ଦର ସିଂ।

Breaking News