Report Card Odisha

| Daily Odia News

ସରୋଜ ହସ୍ପିଟାଲ୍‌ରେ ୮୦ ଡାକ୍ତର କରୋନା ଆକ୍ରାନ୍ତ, ଜଣେ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଥିବା ଡାକ୍ତର ବି କରୋନା ସଂକ୍ରମିତ | ଦିଲ୍ଲୀର ସରୋଜ ହସ୍ପିଟାଲ୍‌ରେ ଏଯାବତ୍ ୮୦ଜଣ ଡାକ୍ତର କୋଭିଡ୍‌ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବିଗତ ୨୭ ବର୍ଷ ହେବ ଏହି ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ବରିଷ୍ଠ ସର୍ଜନ ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ୮୦ଜଣ ଡାକ୍ତରଙ୍କ ମଧ୍ୟରୁ ସମ୍ପ୍ରତି ଚିକିତ୍ସା ନିମନ୍ତେ ୧୨ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାକି ଡାକ୍ତରମାନେ ‘ହୋମ୍‌ କ୍ବାରେଣ୍ଟିନ୍‌’ରେ ଅଛନ୍ତି। ମୃତ୍ୟୁବରଣ କରିଥିବା ବରିଷ୍ଠ ସର୍ଜନ୍‌ଜଣକ ହେଉଛନ୍ତି ଡାକ୍ତର ଏକେ ରାୱତ୍। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ସରୋଜ ହସ୍ପିଟାଲ୍‌ର ସମସ୍ତ ‘ଆଉଟ୍‌-ପେସେଣ୍ଟ୍‌ ଡିପାର୍ଟମେଣ୍ଟ୍‌’ ବନ୍ଦ ରଖାଯାଇଛି। ରବିବାର ଦିନ ଦିଲ୍ଲୀର ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲ୍‌ରେ ଜଣେ ଯୁବ ଡାକ୍ତର କୋଭିଡ୍‌ଜନିତ ସ୍ବାସ୍ଥ୍ୟଗତ ଜଟିଳତା ଯୋଗୁଁ ପ୍ରାଣ ହରାଇଛନ୍ତି। ସେ ହେଉଛନ୍ତି ‘ଏମ୍‌ବିବିଏସ୍‌’ ହାସଲ କରି ଗତ ଜାନୁଆରି ମାସରେ ଇଣ୍ଟର୍ଣ୍ଣସିପ୍‌ ଶେଷ କରିଥିବା ଡାକ୍ତର ଅନସ ମୁଜାହିଦ।

 

Breaking News