ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଜୁଲାଇ ୧ରୁ ୧୬ ପର୍ଯ୍ୟନ୍ତ କୋଭିଡ୍ କଟକଣାକୁ କୋହଳ ହୋଇଛି । ଏହାକୁ ବିଚାର କରି ଆସନ୍ତା ୫ରୁ ୧୭ତାରିଖ ପର୍ଯ୍ୟନ୍ତ କଟକଣା ମଧ୍ୟରେ ହାଇକୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଏବଂ ୭ଟି ସିଙ୍ଗଲ ବେଞ୍ଚ ପୂର୍ବାହ୍ନ ସାଢ଼େ ୧୦ଟାରୁ ଭିଡିଓ କନ୍ଫରେନ୍ସ ଜରିଆରେ କାର୍ଯ୍ୟ କରିବ। ହାଇକୋର୍ଟର କାର୍ଯ୍ୟାଳୟ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ | ଏହା ସହିତ ସମସ୍ତ କର୍ମଚାରୀ ନିଜର ପରିଚୟ ସହ ଆସିବାକୁ ନିର୍ଦ୍ଦେଶ ରହିଛି। ହାଇକୋର୍ଟର ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ କୋର୍ଟ ପରିସରକୁ ଅନ୍ୟ କାହାର ପ୍ରବେଶକୁ ବାରଣ କରାଯାଇଛି।ମାମଲା ଫାଇଲ ପରେ ଯଦି କୌଣସି ତ୍ରୁଟି ସଂଶୋଧନ କରିବାକୁ ପଡ଼େ ତେବେ ସମ୍ପୃକ୍ତ ଆଇନଜୀବୀ ଡେପୁଟି ରେଜିଷ୍ଟ୍ରାରଙ୍କ ପୂର୍ବ ଅନୁମତି ନେଇ ତ୍ରୁଟି ସଂଶୋଧନ କରିପାରିବେ। ମାମଲା ରୁଜୁ ପାଇଁ ଉଦ୍ଦିଷ୍ଟ ଡ୍ରପ୍ ବକ୍ସରେ ପୂର୍ବାହ୍ନ ସଢ଼େ ୧୦ରୁ ସାଢ଼େ ୧୨ଟା ମଧ୍ୟରେ ଆବେଦନ କରାଯିବ। ନଚେତ ଇ-ଫାଇଲିଂ ପୋର୍ଟାଲରେ ମାମଲା ରୁଜୁ କରାଯାଇ ପାରିବ। ସମସ୍ତ ନିର୍ଦ୍ଦେଶକୁ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ରେଜିଷ୍ଟ୍ରାର(ଜୁଡିିସିଆଲ) ପତ୍ର ମାଧ୍ୟମରେ ଜଣାଇଛନ୍ତି।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……