ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କ ଜନ୍ମଦିନ | ୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରୁଛି କଂଗ୍ରେସ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ । ରାଜ୍ୟ କଂଗ୍ରେସର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଭାବନା ବିଷୟରେ ଅବଗତ କରାଇଛନ୍ତି ସଂଗଠନର ସାଧାରଣ ସମ୍ପାଦକ କେ.ସି ବେନୁଗୋପାଲ । ଜୁନ୍ ୧୯ ରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ଦଳର କର୍ମୀଙ୍କୁ ସେ ଅନୁରୋଧ କରିଛନ୍ତି। ଜନ୍ମଦିନ ପାଇଁ କୌଣସି ହୋର୍ଡିଂ କିମ୍ବା ପୋଷ୍ଟର ନଲାଗଇ ସଙ୍କଟ ସମୟରେ ନିଜ ପାଖରେ ଥିବା ସମ୍ବଳରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ଆଜି ଅଭାବୀ ଲୋକଙ୍କୁ ରାସନ, ମେଡିକାଲ କିଟ୍, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବାର ଯୋଜନା କରିଛ କଂଗ୍ରେସ କମିଟି । ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଯୁବ କଂଗ୍ରେସ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବ । ଅସହାୟ ଲୋକଙ୍କୁ ରାସନ ଯୋଗାଇବା ସହ ସାଧାରଣ ଲୋକଙ୍କୁ ଟିକାକରଣରେ ସାହାଯ୍ୟ କରିବ। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି ଭି କହିଛନ୍ତି, ‘ଜୁନ୍ ୧୯ ରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଜନସାଧାରଣଙ୍କ ସ୍ୱାର୍ଥ ତଥା ଜନ କଲ୍ୟାଣର ଭାବନାକୁ ଧ୍ୟାନରେ ରଖି ସାରା ଦେଶରେ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଏହି ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି। ଅଭାବୀ ଲୋକଙ୍କୁ ସାଧ୍ୟମତେ ସାହାଯ୍ୟ ଏବଂ ସହଯୋଗ କରିବାକୁ ସମସ୍ତେ ପଣ କରିଛନ୍ତି ।






More Stories
ଜିତିଲେ ପ୍ରଶାନ୍ତ କିଶୋର…..
ଭାଜପାରେ ମିଶିପାରନ୍ତି ବିକ୍ରମ:ରାଜ୍ୟର ସବୁ ଜାଗାରେ……
ପ୍ରଭାତ ବାବୁ ବିଜେପିରେ ମିଶିଲେ,ବିଜେଡିରେ ଭୁକମ୍ପ ସୃଷ୍ଟି……