ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚିନ୍ତା ବଢ଼ିଲାଣି କରୋନା ସଂକ୍ରମଣ | ଆଜି ରାଜ୍ୟରେ ୩୯୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ରାଜଧାନୀ ଭୁବନେଶ୍ବରରୁ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୪ଜଣ ସ୍ଥାନୀୟ ସଂକ୍ରମିତ । ଏ ନେଇ ଟ୍ବିଟ୍ ଯୋଗେ ବିଏମ୍ସି ସୂଚନା ଦେଇଛି । ସୂଚନାଯୋଗ୍ୟ, ଭୁବନେଶ୍ବରରେ ମୋଟ ଆକ୍ଟିଭ କେସ୍ ରହିଛି ୩୧୦ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩୧,୯୨୧ ଜଣ । ସେହିଭଳି ୨୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି ଏବଂ ୩୧୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..