ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି | ମମତା ବାନାର୍ଜୀ ଏବଂ ମମତାଙ୍କ ପୂର୍ବ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଆଜି ନନ୍ଦିଗ୍ରାମରେ ମତଦାନ ଚାଲିଥିବାବେଳେ ବୁଥ ଦେଖିବାକୁ ଯାଇଥିଲେ ମମତା । ଏଠାରେ ସେ ଅଭିଯୋଗ କରିଥିଲେ ଯେ, ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି । ଏଠାରେ ଠିକ ଢଙ୍ଗରେ ମତଦାନ ହେଉନାହିଁ । ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା କରି ପଠାଇଛି ବିଜେପି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ଗୋଟିଏ ବୁଥରେ ସେ ଅନେକ ସମୟ ଧରି ବସିରହିଥିଲେ । ଏହାପରେ ସେ ସିଧା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଫୋନ କରିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭରସା ଦେଇଥିଲେ ।
ଅନ୍ୟପଟେ ଆଜି ଦିନରେ ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର କିଛି କ୍ଷତି ହୋଇନାହିଁ । ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ଜଣାପଡିଛି । ଏହାପଛରେ ଟିଏମସିର ହାତ ରହିଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..