Report Card Odisha

| Daily Odia News

୫ଟି ସଚିବଙ୍କ ସଭାରେ ଉଡ଼ିଲା ଚେୟାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମ୍ୱଲପୁର ସଭାରେ ଛାତ୍ରଛାତ୍ରୀ ଚେୟାର ଫିଙ୍ଗାଫିଙ୍ଗି କରି ମରାମରି ହୋଇଛନ୍ତି । ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ ଏହି ଗଣ୍ଡଗୋଳ କ’ଣ ପାଇଁ ହେଲା, ତାହା ଜଣାପଡ଼ିନଥିଲେ ମଧ୍ୟ ଅଚାନକ ଇଣ୍ଟରନାଲ୍‌ ପରୀକ୍ଷା ବାତିଲ ଯୋଗୁ ସଭାରେ ଏପରି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଶନିବାର ସମ୍ୱଲପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେଥିପାଇଁ ଧନକଉଡ଼ାରେ ଆୟୋଜନ ହୋଇଥିଲା ଭବ୍ୟ ସଭା। ସଭାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା। ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ସଭା ସ୍ଥଳରେ ପହଞ୍ଚି ପ୍ରଥମେ ଉଦ୍‌ବୋଧନ ଦେଇଥିଲେ। ତା’ପରେ ସ୍ୱୟଂସହାୟଗ ଗୋଷ୍ଠୀର ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସଭା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଚାଲି ଯାଇଥିଲେ।

Breaking News