Report Card Odisha

| Daily Odia News

ରାଜ୍ୟସଭାରୁ ନିଲମ୍ବିତ ହେଲେ ୬ ସାଂସଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ମୌସୁମୀ ଅଧିବେଶନ ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। କିନ୍ତୁ ଆଜି ସୁ୍ଦ୍ଧା ଉଭୟ ଲୋକସଭା ଏବଂ ରାଜ୍ୟସଭା ଠିକ ଭାବରେ ଚାଲିପାରୁନାହିଁ | ଗୃହରେ ବିରୋଧୀ ଦଳଗୁଡ଼ିକ ପେଗାସସ୍ ସ୍ପାଏୱେର ମାମଲାର ତଦନ୍ତ, ୩ କୃଷି ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରଖିଛନ୍ତି। ପ୍ରାୟ ପ୍ରତେକଦିନ ଗୃହ ମୁଲତବୀ ରହୁଛି | ବୁଧବାର ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ହୋଇଥିବା ଉତ୍ତେଜନାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟିଏମସିର ୬ ସାଂସଦଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ବୁଧବାର ଦିନ ପେଗାସସ୍ ବିବାଦକୁ ନେଇ ଚେୟାର ସମ୍ମୁଖରେ ହଙ୍ଗାମା କରୁଥିବା ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ସକାଳେ ଯେତେବେଳେ କୃଷକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସ ଗ୍ରହଣ କରି ଅନ୍ୟ ଏବଂ ଅନ୍ୟାନ୍ୟ ନୋଟିସ ଖାରଜ କରିବା ବିଷୟରେ ଅଧ୍ୟକ୍ଷ ସୂଚନା ଦେଇଥିଲେ, ତୃଣମୂଳ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ ସମ୍ମୁଖକୁ ଆସି ପେଗାସସ୍ ବିବାଦ ଉପରେ ଆଲୋଚନା କରିବାକୁ ହଙ୍ଗାମା କରିଥିଲେ। ଅଧ୍ୟକ୍ଷ ଏହି ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନକୁ ଫେରିବାକୁ ଏବଂ କାର୍ଯ୍ୟକାଳ ଜାରି ରଖିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ପୋଡିୟମ ଆଗରେ ଆସି ପ୍ଲାକାର୍ଡ ଦେଖାଉଥିବା ସଦସ୍ୟଙ୍କ ନାମ, ନିୟମ ୨୫୫ ଅନୁଯାୟୀ ପ୍ରକାଶ ପାଇବ ଏବଂ ସେମାନଙ୍କୁ ଦିନସାରା ନିଲମ୍ବିତ କରାଯିବ। ଏହା ପରେ ମଧ୍ୟ ଉତ୍ତେଜନା ଥମିନଥିଲା, ତା’ପରେ ଅଧ୍ୟକ୍ଷ ଆସନକୁ ଅବମାନନା କରି ହଙ୍ଗାମା କରୁଥିବା ସଦସ୍ୟଙ୍କୁ ନିୟମ ଅନୁଯାୟୀ ଗୃହରୁ ବାହାରକୁ ଯିବାକୁ କହିଥିଲେ।

Breaking News