Report Card Odisha

| Daily Odia News

ରାଜ୍ୟରେ ୬ ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୬୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ୨୫୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୧୧୩୨ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୧୩୬, ବାଲେଶ୍ୱର ୭୮, ବରଗଡ଼ ୨୩୬, ଭଦ୍ରକ ୭୧, ବଲାଙ୍ଗୀର ୨୨୬, ବୌଦ୍ଧ ୩୮, କଟକ ୩୬୦, ଦେଓଗଡ଼ ୩୧, ଢେଙ୍କାନାଳ ୧୭, ଗଜପତି ୫୫, ଗଞ୍ଜାମ ୧୩୫, ଜଗତସିଂହପୁର ୬୩, ଯାଜପୁର ୧୫୪, ଝାରସୁଗୁଡ଼ା ୩୫୫, କଳାହାଣ୍ଡି ୪୫୨ , କନ୍ଧମାଳ ୨୩ , କେନ୍ଦ୍ରାପଡ଼ା ୪୮, କେନ୍ଦୁଝର ୨୦୫, ଖୋର୍ଦ୍ଧା ୧୧୩୨, କୋରାପୁଟ ୪୫, ମାଲକାନଗିରି ୧୬, ମୟୁରଭଞ୍ଜ ୧୩୬, ନବରଙ୍ଗପୁର ୨୦୭, ନୟାଗଡ଼ ୯୯, ନୂଆପଡ଼ା ୪୫୯, ପୁରୀ ୨୮୬, ରାୟଗଡ଼ା ୧୦୫, ସମ୍ବଲପୁର ୨୨୯, ସୋନପୁର ୯୯, ସୁନ୍ଦରଗଡ଼ ୪୨୭, ଷ୍ଟେଟ୍‌ ପୁଲ୍‌ରୁ ୨୪୧ଜଣ ରହିଛନ୍ତି ।

Breaking News