Report Card Odisha

| Daily Odia News

ନଦୀକୁ ଖସିଲା ଟ୍ରକ୍,୬୦ରୁ ଉର୍ଦ୍ଧ୍ବ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫ୍ରିକୀୟ ଦେଶ ଇଥିଓପିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ନଦୀକୁ ଖସିଲା ଯାତ୍ରୀବାହୀ ଟ୍ରକ୍ , ୬୦ରୁ ଉର୍ଦ୍ଧ୍ବ ମୃତ। ସୂଚନା ମୂତାବକ ଇଥିଓପିଆର ବୋନା ଜିଲ୍ଲାରେ ଏଭଳି ଅଘଟଣ ସାମ୍ନାକୁ ଆସିଛି। ଏକ ଟ୍ରକରେ କିଛି ଲୋ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିଲେ। କିନ୍ତୁ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇ ଏକ ନଦୀରେ ଖସି ପଡିଥିଲା। ଏଥିରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୨୦୧୮ ମସିହାରେ ଇଥିଓପିଆରେ ଏକ ବଡ ଦୁର୍ଘଟଣା ଘଟିଥିଲା। ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଏକ ଖାଲରେ ଖସିପଡିଥିଲା। ଯେଉଁଥିରେ ୩୮ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ।

Breaking News