Report Card Odisha

| Daily Odia News

ରାଜ୍ୟରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,୬୭୩୬ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୭୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୯୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୭୮୮, ବାଲେଶ୍ୱର ୭୧, ବରଗଡ଼ ୪୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୦୬ଜଣ, ବଲାଙ୍ଗୀର  ୧୪୪, ବୌଦ୍ଧ ୨୬୨, କଟକ ୩୬୨, ଦେଓଗଡ଼ ୬୪, ଢେଙ୍କାନାଳ ୧୭୮, ଗଜପତି  ୮୦ଜଣ, ଗଞ୍ଜାମ ୧୯୬, ଜଗତସିଂହପୁର ୧୦୬ଜଣ , ଯାଜପୁର  ୩୭୪ଜଣ, ଝାରସୁଗୁଡ଼ା ୧୨୦ଜଣ, କଳାହାଣ୍ଡି ୨୪୧ଜଣ, କେନ୍ଦ୍ରାପଡ଼ା ୨୪ଜଣ, କେନ୍ଦୁଝର ୨୪ଜଣ, ଖୋର୍ଦ୍ଧା ୫୧୭ଜଣ, କୋରାପୁଟ  ୨୧୯ଜଣ, ମାଲକାନଗିରି ୯୮ଜଣ, ମୟୁରଭଞ୍ଜ  ୩୪ଜଣ, ନବରଙ୍ଗପୁର  ୨୮୨ଜଣ, ନୟାଗଡ଼୨୦୭ଜଣ, ନୂଆପଡ଼ା ୪୮ଜଣ, ପୁରୀ  ୨୬୫ଜଣ, ରାୟଗଡ଼ା  ୧୨୩ଜଣ, ସମ୍ବଲପୁର ୩୦୯ଜଣ, ସୋନପୁର  ୮୨ଜଣ, ସୁନ୍ଦରଗଡ଼ ୭୨୦ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୦୨ଜଣ ରହିଛନ୍ତି | ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୪୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୩୬୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୫୫୨୯୮୫ସାମ୍ପୁଲ ଟେଷ୍ଟ୍ ହୋଇଛି ।

Breaking News