Report Card Odisha

| Daily Odia News

ରାଜଧାନୀରେ ଅଗ୍ନିକାଣ୍ଡ, ୭ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ଗୋକଲପୁରୀ ଥାନା ଅନ୍ତର୍ଗତ ଗୋକଲପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୩୦ଟି ଘର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । କେତେକ ଆହତ ମଧ୍ୟ ହୋଇଛନ୍ତି। ଉତ୍ତରପୂର୍ବ ଦିଲ୍ଳୀର ପୋଲିସ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ଗୋକଲପୁରୀ ଥାନା ଅଞ୍ଚଳରେ ରାତି ପ୍ରାୟ ୧ଟା ସମୟରେ ନିଆଁ ଲାଗି ଥିବା ନେଇ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଯାଇଥିଲା। ପ୍ରାୟ ୧୩ଟି ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଭୋର ୪ ଟା ଯାଏଁ ନିଆଁ ଲିଭାଇବାକୁ ଅକ୍ଲାନ୍ତ ପରିଶ୍ରମ କରାଯାଇଥିଲା। ଏହାସହ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସକାଳେ ଏହି ଘଟଣା ବିଷୟରେ ଶୁଣି ଖୁବ ଦୁଃଖିତ ଓ ଉକ୍ତ ସ୍ଥାନକୁ ଯାଇ ପିଡୀତଙ୍କୁ ଓ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Breaking News