Report Card Odisha

| Daily Odia News

ତାଲିବାନ ଭୟରେ ୭ ମାସର ଶିଶୁକୁ ଛାଡି ଚାଲିଗଲେ ବାପାମା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ଲୋକମାନଙ୍କର ସ୍ଥିତି ଭୟଙ୍କର ରହିଛି | ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛନ୍ତି ଆଫଗାନ ବାସୀ | ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦରରେ ଲୋକେ ଡହଳ ବିକଳ | ଚଳନ୍ତା ବିମାନ ସଂଗେ ଲୋକ ଦୌଡୁଥିବା ଦେଖିବାକୁ ମିଲିଥିଲା | ଲୋକମାନେ ବିମାନରେ ଓହଳି ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଚଳନ୍ତା ବିମାନରୁ ଖସି ୫ ଜଣଙ୍କର ମୃତ୍ୟୁ ହୋଇଛି | ଜିନିଷ ପତ୍ରଛାଡି ଜୀବନ ଧରି ପଳାଉଛନ୍ତି | ତାଲିବାନ ଶାସନକୁ ଭୟକରି ଲୋକେ ଏଭଳି କରିବାକୁ ବାଧ୍ୟ ହେଉଛନ୍ତି | ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ।କାବୁଲ ବିମାନ ବନ୍ଦରେ ଏତେ ଲୋକଭିଡ ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଭିତରେ ଏକ ୭ ମାସର ଶିଶୁକୁ ଛାଡି ବାପାମା ପଳାଇଯାଛନ୍ତି | ଏହି କୋମଳମତି ଶିଶୁଟି ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଛି । ଏୟାରପୋର୍ଟରେ ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଥିବା ଏହି ଶିଶୁର ଦେଖାଶୁଣା ଏବେ ଏୟାରପୋର୍ଟ ଷ୍ଟାଫ୍ କରୁଛନ୍ତି । ଶିଶୁଟିର ପରିବାରକୁ ଖୋଜିବା ଲାଗି ପ୍ରାୟସ ଜାରି ରହିଛି । ସୂଚନା ଅନୁଯାୟୀ, ଶିଶୁଟିର ପରିବାର ସଦସ୍ୟ କାବୁଲର ପିଡି-୫ରେ ରୁହନ୍ତି । ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଅନେକ ଲୋକ ଶେୟାର କରିଛନ୍ତି । ଶିଶୁଟିକୁ ତାଙ୍କର ବାପାମା’ଙ୍କ ସହ ଭେଟ କରାଇବା ଲାଗି ଲୋକମାନେ ଅପିଲ୍ କରିଛନ୍ତି । ଏଭଳି ଘଟଣାକୁ ନେଇ ଅନେକ ଲୋକ ତାଲିବାନକୁ ଦାୟୀ କରିଛନ୍ତି । ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଛନ୍ତି, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ ।

 

Breaking News