ରିପୋର୍ଟ କାର୍ଡ / ଭୁବନେଶ୍ୱର
ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ | ଗୋଟିଏ ପରିବାରର ୫ ଜଣ ଓ ଅନ୍ୟ ୨ ଜଣ ପଡ଼ୋଶୀ ରହିଛନ୍ତି । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ, ଆଜି ସକାଳୁ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। । ରୋଷେଇ କରିବା ପାଇଁ ଗ୍ୟାସ ଅନ୍ କରିବାରୁ ନିଆଁ ହଠାତ୍ ଜଳି ଉଠିଥିଲା। ପରିବାର ଲୋକେ ପାଟି କରିବାରୁ ଘର ଲୋକଙ୍କ ସମେତ ପଡୋଶୀ ଲୋକେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ସିଲିଣ୍ଡରଟି ଫାଟି ଯାଇଥିଲା।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….