Report Card Odisha

| Daily Odia News

ବୋର୍‌ଓ୍ବେଲରେ ଫସିଲା ୭ ବର୍ଷର ବାଳକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶ ବିଦିଶା ଜିଲ୍ଲା ଖେରଖେଦି ଗ୍ରାମରେ ୭ ବର୍ଷର ବାଳକ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଛି। ଲୋକେଶ ଏହରିଓ୍ବାର ଖେଳୁଥିବା ସମୟରେ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଜଣାପଡ଼ିଛି।ଗ୍ରାମବାସୀଙ୍କଠାରୁ ଏହାର ସଚନା ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ରେସ୍କ୍ୟୁ ଟିମ୍‌ ସାଙ୍ଗକୁ ଜେସିବି ମେଶିନ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଲୋକେଶଙ୍କ ସ୍ଥିତିର ଯାଞ୍ଚ ପାଇଁ ବୋର୍‌ଓ୍ବେଲରେ ଏକ କ୍ୟାମେରା ଭର୍ତ୍ତି କରାଯାଇଛି। ରେସ୍କ୍ୟୁ ଅପରେଶନ୍‌ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଏଭଳି ଅନେକ ଘଟଣା ଘଟିବା ପରେ କିଛିଦିନ ପୂର୍ବେ ସରକାର ବୋର୍‌ଓ୍ବେଲ୍‌ ଖୋଲା ନ ଛଡ଼ିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି |

Breaking News