ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରୀୟ ବିମୁଦ୍ରୀକରଣ ପାଇପ ଲାଇନ ଯୋଜନା (ଏନଏମପି)କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧା ସଳଖ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସେ ସବୁ ବିକି ଦେଇଛନ୍ତି। କେନ୍ଦ୍ର ସରକାର ଯୁବକଙ୍କ ହାତରୁ ରୋଜଗାର ଛଡେଇ ନେଇଛନ୍ତି। ମୋଦି ନିଜ ମିତ୍ରମାନଙ୍କୁ ସାହାଯ୍ୟ କରୁଛନ୍ତି। କରୋନା ସମୟରେ ସରକାର କିଛି ସାହାଯ୍ୟ କରିନାହାନ୍ତି। ସଡକ ମାର୍ଗ, ରେଳବାଇ, ବିଜୁଳି ବିଭାଗ, ପେଟ୍ରୋଲିୟମ ପାଇପ ଲାଇନ, ଟେଲିକମ, ୱେୟାରହାଉସିଂ, ଖନନ, ଏୟାରପୋର୍ଟ, ପୋର୍ଟ, ଷ୍ଟାଡିୟମ ଏସବୁ କାହା ପାଇଁ ହୋଇଛି। ଏସବୁ ନିର୍ମାଣ କରିବାକୁ ୭୦ ବର୍ଷ ଲାଗିଛି। ଏସବୁ ୩-୪ ଜଣଙ୍କୁ ଦିଆଯାଉଛି। ୩-୪ ଜଣଙ୍କୁ ଉପହାରରେ ଦିଆଯାଉଛି। ଆପଣମାନଙ୍କ ଭବିଷ୍ୟତକୁ ବିକି ଦିଆଯାଉଛି। ପରିସଂଖ୍ୟାନ ଦର୍ଶାଇ ସେ ଡବି କରିଛନ୍ତି ଯେ ସରକାର ୪୦୦ ଷ୍ଟେସନ, ୧୫୦ ଟ୍ରେନ, ପାୱାର ଟ୍ରାନ୍ସମିଶନ ନେଟୱାର୍କ, ପେଟ୍ରୋଲିୟମ ନେଟୱାର୍କ, ସରକାରୀ ଗୋଦାମ, ୨୫ଟି ଏୟାରପୋର୍ଟ ଓ ୧୬୦ଟି କୋଇଲା ଖାଦାନ ବିକି ଦେଇଛନ୍ତି। ଏହାସହ ସେ କହିଛନ୍ତି,’ଆମେ ଘରୋଇକରଣକୁ ବିରୋଧ କରୁନାହୁଁ। ଆମର ଘରୋଇକରଣ ଯୁକ୍ତିଯୁକ୍ତ ଥିଲା। କ୍ଷତିଗ୍ରସ୍ତ କମ୍ପାନୀକୁ ଘରୋଇକରଣ କରୁଥିଲୁ, ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନୁହେଁ। ବର୍ତ୍ତମାନ ଏକଚାଟିଆ ସୃଷ୍ଟି ପାଇଁ ଘରୋଇକରଣ କାର୍ଯ୍ୟ କରାଯାଉଛି। ଏକଚାଟିଆ ଦ୍ୱାରା ଚାକିରୀ ବନ୍ଦ ହୋଇଯିବ।”






More Stories
ଏକ୍ଜିଟ୍ ପୋଲ୍କୁ ଖାରଜ କଲେ ତେଜସ୍ୱୀ ଯାଦବ…..
ଦିଲ୍ଲୀ ବିସ୍ପୋରଣ:ଜାନୁଆରୀ ୨୬ରେ ହୋଇଥିଲା ଯୋଜନା……
ବଢ଼ିଲା ବାଲିଯାତ୍ରା ଅବଧି……