ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ଥାନର ସ୍ଥିତି ସଂଗୀନ ରହିଛି | ଭୟରେ ଜୀବନ ବିତାଉଛନ୍ତି ଆଫଗାନିସ୍ଥାନର ବାସିନ୍ଦା | ତାଲିବାନ କବଜା କରିବା ପରେ ଆଫଗାନିସ୍ଥାନରେ ଚଳାଇଛି ଆତଙ୍କ ରାଜ | ସାରା ବିଶ୍ୱ ବାସୀଙ୍କ ନଜର ରହିଛି ଆଫଗାନିସ୍ଥାନ ଉପରେ | ସମ୍ପ୍ରତି ଏହି ସ୍ଥିତିରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ପ୍ରାୟ ୪୫ ମିନିଟ୍ ଧରି ଫୋନରେ ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ସେହି ସମୟରେ ହୋଇଥିଲା ଯେତେବେଳେ ଜି -୭ ନେତାମାନେ କାବୁଲରେ ତାଲିବାନ ଶାସନ ଉପରେ ଏକ ଭର୍ଚୁଆଲ ବୈଠକ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଫୋନ୍ ବାର୍ତ୍ତାଳାପ କରି ଆଫଗାନିସ୍ଥାନର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ
Discussion about this post