ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ଡଳ ଓ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ୍ କରାଯାଇଛି। ଆସନ୍ତାକାଲି ପାଇଁ ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ବାତିଲ କରାଯାଇଛି । ସେହିପରି ରିଷିକେଶ-ପୁରୀ ଏକ୍ସପ୍ରେସ ଭାୟା ଇବ୍-ଝାରସୁଗୁଡା ରୋଡ୍ ଦେଇ ଯିବ। ଦୁର୍ଘଟଣା ଅଞ୍ଚଳରେ ଏବେ ଟ୍ରେନର ହାରାହାରି ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଭିତରେ ସୀମିତ ରଖାଯାଇଛି।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..