Report Card Odisha

| Daily Odia News

ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ…..

ରିପୋର୍ଟ କାର୍ଡ / ବାଲେଶ୍ବର

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ଆକରିବେ | ଗତକାଲି  ସିବିଆଇ ଟିମ୍ ବାଲେଶ୍ବରରେ ପହଞ୍ଚିଛନ୍ତି | ଆଜିକୁ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବାନେଇ ଜଣାପଡିଛି | ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିପାରେ। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା |ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି |ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ। ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେବା ପରେ ସିବିଆଇ ଟିମ୍ ତଦନ୍ତ ଭାର ହାତକୁ ନେଇଛି।

Breaking News