Report Card Odisha

| Daily Odia News

ସଂଗୀତ ମହୋତ୍ସବରେ ୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ଚାଲିଥିବା ଏକ ସଂଗୀତ ମହୋତ୍ସବରେ ବଡ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟରରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ଆମେରିକାର ଅଧିକାରୀ କହିଛନ୍ତି ଯେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୂଚନା ଅନୁଯାୟୀ, ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ସଂଗୀତ ମହୋତ୍ସବ ହେତୁ ଲୋକମାନେ ମଞ୍ଚ ନିକଟକୁ ଯିବାକୁ ଅନିୟନ୍ତ୍ରିତ ଥିଲେ। ଏହି ସମୟରେ ଅସମ୍ଭାଳ ଭିଡ କାରଣରୁ ଲୋକେ ପରସ୍ପର ମଧ୍ୟରେ ଦଳାଚକଟା ହୋଇଗଲେ ଫଳରେ ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ପ୍ରାୟ ୩୦୦ ଲୋକ ଆହତ ହୋଇଛନ୍ତି , ଯେଉଁଥିରେ ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

 

Breaking News