ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ବାଲେଶ୍ବର, ବଲାଙ୍ଗିର, କନ୍ଧମାଳ, ଖୋର୍ଧାରୁ ଜଣେ ଲେଖାଏଁ ମୃତ ବୋଲି ଜଣାଯାଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତ ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧିପାଇଛି। ସୂଚନା ଅନୁସାରେ- ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୦ ଜଣ ରହିଛନ୍ତି। ସଂକ୍ରମିତ ୬୨୧୫ ଜଣଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୬୦୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୨୬୧୧ ରହିଛନ୍ତି ।






More Stories
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀ ନଆସିବାକୁ ଅପିଲ୍…..