ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସପିଟାଲ ଆଇସିୟୁ ୱାର୍ଡରେ ଘଟି ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଘଟିଥିବା ନେଇ ସୂଚନା ମିଳିଛି । ପ୍ରାଥମିକ ସୂତ୍ରରୁ ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟିବା ପରେ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା । ସେଠାରୁ ଗୁରୁତର ୨୧ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତାଦେଶ ଦେଇଛନ୍ତି।
More Stories
ଏବେ ପଦବୀ ଆଧାରରେ ଦିଆଯାପାରିବ ସଂରକ୍ଷଣ……
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……