Report Card Odisha

| Daily Odia News

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ହିମନ୍ତ ବିଶ୍ୱଶର୍ମା | ରାଜ୍ୟପାଳ ଜଗଦୀଶ ମୁଖି ତାଙ୍କୁ ଶପଥ ପାଠ କରାଇଛନ୍ତି । ସେହିପରି ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ସମାରୋହରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଚାଲିଛି। ଗତକାଲି ବିଜେପି ବିଧାୟକ ଦଳର ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । କୋଭିଡ୍ ଗାଇଡଲାଇନ ଭିତରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମା, ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏନ୍, ରାଓ ପ୍ରମୁଖ ଉପସ୍ଥିତ ଥିଲେ | ହିମନ୍ତ ବିଶ୍ୱଶର୍ମା ହୋଇଛନ୍ତି ଆସାମର ୧୫ତମ ମୁଖ୍ୟମନ୍ତ୍ରୀ । ଜଲୁକବାଡ଼ି ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୧୫ରେ କଂଗ୍ରେସକୁ ବାଏ ବାଏ କହି ପଦ୍ମ ଧରିଥିଲେ । ଏହାପରେ ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ଷ୍ଟ୍ରାଟେଜୀ ମେକର ହୋଇଥିଲେ ହିମନ୍ତ ବିଶ୍ୱଶର୍ମା । ୨୦୧୬ରେ ବିଜେପି ସରକାର ଗଢ଼ିଥିଲା ଓ ସର୍ବାନନ୍ଦ ସୋନଓ୍ୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହିମନ୍ତ ବିଶ୍ୱଶର୍ମାଙ୍କୁ ଉତ୍ତର-ପୂର୍ବ ଡେମୋକ୍ରାଟିକ୍ ଆଲାଏନ୍ସର ମୁଖ୍ୟ ଆବାହକ ଦାୟିତ୍ୱ ମିଳିଥିଲା । ଚଳିତବର୍ଷ ଆସାମ ବିଧାନସଭା ନିର୍ବାଚନରେ ବିଜେପି ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ଶାସକ ମିଳିତ ମଞ୍ଚ ୭୫ ଟି ସିଟ୍ ପାଇଥିଲା । ବିଜେପି ୬୦ ଟି ସିଟ୍ ପାଇଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ସ (ୟୁପିପିଏଲ୍) ଯଥାକ୍ରମେ ନଅ ଓ ୬ଟି ସିଟ୍ ପାଇଛି ।

Breaking News