Report Card Odisha

| Daily Odia News

୮୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବ ଗୁଗୁଲ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ୮୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗେଇ ଆସିଛି ବିଶ୍ୱ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ| ଏନେଇ ଆଜି ଗୁଗୁଲ କହିଛି ଯେ ଏହାର ଶାଖା ଗୁଗୁଲ୍ ଡଟ୍ ଓଆରଜି (ଗୁଗୁଲ୍.ଓଆରଜି) ବିଭିନ୍ନ ସଂଗଠନ ସହଯୋଗରେ ଦେଶରେ ୮୦ଟି ଅମ୍ଳଜାନ କାରଖାନା ସ୍ଥାପନ କରିବ। ବିଶେଷକରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦକ୍ଷତା ବିକାଶରେ ସହାୟତା କରିବାକୁ କମ୍ପାନୀ ୧୧୩ କୋଟି ଟଙ୍କା (୧.୫୫ କୋଟି ଡ଼ଲାର) ଅନୁଦାନ ପ୍ରଦାନ କରିବ। ଏହି ଘୋଷଣା ଅନୁଯାୟୀ, ଗୁଗୁଲ୍ ୮୦ଟି ଅମ୍ଳଜାନ ପ୍ଲାଣ୍ଟ ପାଇଁ ଗିଭଇଣ୍ଡିଆକୁ ପ୍ରାୟ ୯୦ କୋଟି ଟଙ୍କା ଏବଂ ପାଥକୁ ପ୍ରାୟ ୧୮.୫ କୋଟି ଟଙ୍କା ପ୍ରଦାନ କରିବ। ଏହା ବ୍ୟତୀତ ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆପୋଲୋ ମେଡସ୍କିଲ୍ସ ମାଧ୍ୟମରେ କରୋନା ପରିଚାଳନାରେ ୨୦,୦୦୦ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦେବା ଉପରେ ଧ୍ୟାନ ଦିଆଯିବ | ଏଥିପାଇଁ ଗୁଗୁଲ୍ ଡଟ୍ ଓଆରଜି ଭାରତର ୧୫ଟି ରାଜ୍ୟର ୧୮୦,୦୦୦ ଆଶା କର୍ମୀ ଓ ୪୦ ହଜାର ଏଏନଏମଙ୍କ ଦକ୍ଷତା ବିକାଶ ପାଇଁ ୩.୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବ। ସୂଚନା ଥାଉ କି ଗୁଗୁଲ ପୂର୍ବରୁ ୟୁନିସେଫ ଭାରତରେ ୯ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରିଥିଲା । ଏହା ସହିତ ୟୁନିସେଫ ଭାରତକୁ ୪୫୦୦ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ଏବଂ ୨୦୦ଟି ଆରଟିପିସିଆର ପରୀକ୍ଷଣ ମେସିନ୍ ଯୋଗାଇ ଦେଇଥିଲା। ଗୁଜୁରାଟ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାର ଡାକ୍ତରଖାନାରେ ଏହି ୯ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରାଯାଉଛି।

Breaking News