Report Card Odisha

| Daily Odia News

ଟ୍ରେଲର ବସ ଧକ୍କା ୧୦ ଆହତ, ୧ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ ଟ୍ରେଲର ସହ ପରିବହନ ନିଗମର ବସର ଧକ୍କା । ବସରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆମ୍ବେଦକରନଗରରେ ଜାତୀୟ ରାଜପଥରେ ଗୁରୁବାର ସକାଳ ସମୟରେଉକ୍ତ ବସଟି ଅକବରପୁରରୁ ଆଜମଗଡ ଆଡକୁ ଯାଉଥିଲା। ବସଖାରୀ ନିକଟରେ ରାସ୍ତା କଡରେ ଥିବା ଟ୍ରେଲରଟିକୁ ବସ ଧକ୍କା ଦେଇଥିଲା। ବସଟି ଦ୍ରୁତ ଗତିରେ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ସମୟରେ ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ସ୍ଥାନୀୟଲୋକେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Breaking News