ରିପୋର୍ଟ କାର୍ଡ / ମୟୁରଭଂଜ
ଜିଲ୍ଲାପାଳ ଙ୍କ ଗାଡି ଭଙ୍ଗାରୁଜା ସହ ଜାତୀୟ ରାଜପଥ ଅବରୋଧ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୟୂରଭଂଜ ପୋଲିସ । ମୟୁରଭଂଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା । ସେହି ସମୟରେ ଜିଲ୍ଲାପାଳ ପରିବାର ସହ କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ଜିଲ୍ଲାପାଳଙ୍କ ଗାଡ଼ି ଦେଖି ଲୋକେ ତାଙ୍କ ଗାଡିକୁ ଅଟକାଇଥିଲେ । ଜିଲ୍ଲାପାଳ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପୂର୍ବରୁ ଉପସ୍ଥିତ ଲୋକେ ସେଠାରେ ଗଣ୍ଡଗୋଳ କରିଥିଲେ । କିଛି ଦୁର୍ବୃତ୍ତଙ୍କ ଢେଲା ମାଡରେ ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗିଥିଲା । ଏହି ଘଟଣାରେ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୯ ଜଣ ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଛି। ରାସ୍ତା ଅବରୋଧ ଏବଂ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ପିଏସଓଙ୍କଠାରୁ ବନ୍ଧୁକ ଛଡ଼ାଇବା ପରି ସଙ୍ଗୀନ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି । ମୟୁରଭଂଜ ପୋଲିସ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜାଗାରେ ଛାପାମରା ଜାରି ରଖିଛି । ଗିରଫଦାରି ଆଗକୁ ଆହୁରି ବଢିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..