ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମ ଆଫ୍ରିକାର ରାଜଧାନୀ ଫ୍ରିଟାଉନ୍ରେ ତେଲ ଟ୍ୟାଙ୍କର ବିସ୍ଫୋରଣ ଘଟି ପାଖାପଖି ୯୨ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ନ୍ୟୁଜ ଏଜେନ୍ସି ଏଏଫପି ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମୃତକଙ୍କୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଫ୍ରିଟାଉନ୍ର ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଅନୁସାରେ ୯୧ ମୃତଦେହ ଉଦ୍ଧାର ହୋଇଛି । ୪୦ ଫୁଟ ଲମ୍ବର ତେଲ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଯିବା ପରେ ବିସ୍ଫୋରଣ ହୋଇଥିଲା। ତେଲ ଟାଙ୍କର ଫାଟିବା ପରେ ଲୋକେ ତେଲ ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିବା ବେଳେ ହିଁ ପୁଣି ଥରେ ବିସ୍ଫୋରଣ ହୋଇଥିଲା ବୋଲି ପୋର୍ଟ ସିଟିର ମେୟର କହିଛନ୍ତି । ଜଳିଯାଇଥିବା ଶବ ଏବେ ଉଦ୍ଧାର ହେଉଥିବା ବେଳେ ସେଠାକାର ସ୍ଥିତି ଭୟାବହ ହୋଇପଡ଼ିଛି । ଏନେଇ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଲୋକେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ପାଖରେ ଥିବା ଘର, ଦୋକାନ ଆଦି ଜଳିଯାଇଥିବା ମଧ୍ୟ ସୂଚନା ମିଳିଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……