ରିପୋର୍ଟ କାର୍ଡ / କଟକ
ଆସନ୍ତା ଏପ୍ରିଲ ୧୩ ତାରିଖରୁ ରାଜ୍ୟର ନବମଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ | ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହା ୨୧ ତାରିଖରେ ଶେଷ ହେବ । ଏପ୍ରିଲ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନ୍ୟ ସ୍କୁଲରେ ଏହାର ମୂଲ୍ୟାୟନ କରାଯିବ । ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ୧୬ରେ ଗଣିତ, ୧୮ରେ ବିଜ୍ଞାନ, ୧୯ରେ ପ୍ରଥମ ଭାଷା, ୨୦ରେ ସାମାଜିକ ବିଜ୍ଞାନ ଓ ୨୧ରେ ତୃତୀୟ ଭାଷା ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..