ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତିସଂଘ କହିଛି ଯେ ତାଲିବାନ, ଆଫଗାନିସ୍ତାନର ଅବିବାହିତ କିମ୍ବା ପୁରୁଷ ଅଭିଭାବକ ନ ଥିବା ମହିଳାଙ୍କ କାର୍ଯ୍ୟକ୍ଷେତ୍ର, ଯାତ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର ରିପୋର୍ଟ ଅନୁଯାୟୀ, ଅବିବାହିତ ଆଫଗାନିସ୍ତାନ ମହିଳାଙ୍କ ଉପରେ ତାଲିବାନ କଟକଣା ଜାରି କରୁଛି। ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ଘଟଣାରେ ମନ୍ତ୍ରଣାଳୟର ଅଧିକାରୀମାନେ ଯଦି ଜଣେ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବାରେ ଚାକିରି ଜାରି ରଖିବାକୁ ଚାହାନ୍ତି ତେବେ ତାଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି। ତାଲିବାନ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ ବାରଣ କରିଛି ଏବଂ ୨୦୨୧ ମସିହାରେ କ୍ଷମତା ଗ୍ରହଣ କରିବା ପରେ ଝିଅମାନଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ପଢ଼ିବା ପାଇଁ ବିଦ୍ୟାଳୟକୁ ଯିବାକୁ ବାରଣ କରିଛି। ତାଲିବାନ ମଧ୍ୟ ପାର୍ଲର ବନ୍ଦ କରି ଡ୍ରେସ କୋଡ ଲାଗୁ କରିବା ଆରମ୍ଭ କରିଛି। ଯେଉଁ ମହିଳାମାନେ ସେମାନଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି, ହିଜାବର ଆଖ୍ୟା ଦେଇ ସେମାନଙ୍କୁ ଗିରଫ କରାଯାଉଛି।






More Stories
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..