ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶ ହୋଇ ଉଠିଥିଲା ରାମମୟ। ଏହି ପରିପ୍ରେକ୍ଷୀରେ ଗତକାଲି ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଷ୍ଟେଜରେ ଟଳି ପଡ଼ିଲେ ହନୁମାନ । ଏପରି ଏକ ହୃଦୟ ବିଦାରକ ଘଟଣା ହରିୟାଣାର ଭିବାନୀରେ ଘଟିଛି। ମୃତକ କଳାକାରଙ୍କ ନାଁ ହରିଶ ମେହେତା ବୋଲି ଜଣାଯାଇଛି। ଗତକାଲି ଭିବାନୀରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ତାହାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ମଞ୍ଚ ଉପରେ ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ । ମାତ୍ର ଆଉ ସେ ଉଠି ପାରି ନ ଥିଲେ। କିଛି ସମୟ ପର୍ଯ୍ୟନ୍ତ ଉପସ୍ଥିତ ଲୋକ କିଛି ବୁଝି ନ ପାରି ରାମ ଓ ହନୁମାନଙ୍କ ଜୟଜୟକାର କରିବାକୁ ଲାଗିଲେ। ମାତ୍ର କିଛି ସମୟ ପରେ ଆଉ ହରିଶ ମେହେତା ଉଠି ନ ଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ସେ ଡାକ ନ ଶୁଣିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।





More Stories
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..
ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..