ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାହୁଲଙ୍କ ବିରୋଧରେ ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ହିଂସା ସୃଷ୍ଟି କରିବା ଘଟଣାରେ ଏହି ମାମଲା ରୁଜୁ ହୋଇଛି। କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସେ କହିଛନ୍ତି, କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଆଜି ହିଂସା, ଉତ୍ତେଜନା, ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ ଉପରେ ଆକ୍ରମଣ ପାଇଁ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଠାରେ ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ’ ଯାତ୍ରା ମଙ୍ଗଳବାର ଦିନ ଗୌହାଟୀରେ ପହଞ୍ଚିଥିଲା, ଯାହାକୁ ଆସାମ ପୋଲିସ ଅଟକାଇଥିଲା। ରାହୁଲ ତାଙ୍କ ସମର୍ଥକଙ୍କ ସହ ଗୌହାଟୀ ସହର ଦେଇ ଯିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇନଥିଲା। ଗୌହାଟୀ ସହରକୁ ଯାଉଥିବା ରାସ୍ତାରେ ପୋଲିସ ବ୍ୟାରିକେଡ୍ କରିଥିଲା। ଏହାପରେ କଂଗ୍ରେସ ସମର୍ଥକମାନେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……