Report Card Odisha

| Daily Odia News

ନକଲି ଶିକ୍ଷକଙ୍କ ତଥ୍ୟ ମାଗିଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନକଲି ଶିକ୍ଷକଙ୍କ ତଥ୍ୟ ଦେଇ ନାହାନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା,ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ଶିକ୍ଷା ନିର୍ଦ୍ଦେଶାଳୟକୁ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି। ଯାହାକୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର ଦାଖଲ କରିବେ। କିନ୍ତୁ ଏସବୁ ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Breaking News