ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଅଣପ୍ରଶାସନିକ ସେବାର ୪ଜଣ ଅଫିସରଙ୍କୁ ଆଇଏଏସ୍ ପାହ୍ୟା ମିଳିଛି । ଏହି ୪ଜଣ ଅଫିସରଙ୍କୁ ୨୦୨୨ ସିଲେକ୍ଟ ଲିଷ୍ଟରେ ଓଡ଼ିଶା କ୍ୟାଡ଼ରରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀ ନିମନ୍ତେ ଚୟନ କରାଯାଇଛି । ସର୍ବଭାରତୀୟ ସେବା ରୁଲ-୧୯୫୪ର ରୁଲସ ୫(୧) ଆଧାରରେ ରାଜ୍ୟ ସରକାର ସମ୍ପୃକ୍ତ ୪ଜଣ ଅଫିସରଙ୍କୁ ଆଇଏଏସ୍ ପାହ୍ୟା ଦେଇଛନ୍ତି । ଅର୍ଥ ବିଭାଗର ଅତିରିକ୍ତ ସଚିବ ସ୍ମିତା ରାଉତଙ୍କ ସମେତ ଓଡ଼ିଶା ଅର୍ଥ ସେବାର ଅନ୍ୟ ଦୁଇଜଣ ଅଫିସର ମଧୁସ୍ମିତା ସାମଲ ଓ ସାଗରିକ ହୋତା ଏବଂ ପରିବହନ ବିଭାଗର ସଞ୍ଜୟ କୁମାର ବିଶ୍ୱାଳଙ୍କୁ ଆଇଏଏସ୍ ପାହ୍ୟା ଆବଂଟିତ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହାସହିତ ସମ୍ପୃକ୍ତ ୪ଜଣ ଅଫିସରଙ୍କ ବରିଷ୍ଠତା ଓ କ୍ୟାଡ଼ର ନିର୍ଦ୍ଧାରଣ ପାଇଁ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁରୋଧ କରିଥିବା ଜଣାପଡିଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..