ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଘଟିଛି | ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଏହି ତୀର୍ଥଯାତ୍ରୀ ବସ୍ ଦୁର୍ଘଟରେ ୧୫ ଜଣ ଗୁରୁତର ହୋଇଛନ୍ତି। ‘ବାବା ସୋନା ଟ୍ରାଭେଲ୍ସ’ ନାମକ ବସ୍ରେ ୬୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ। ଯାତ୍ରୀମାନେ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ପଶ୍ଚିମବଙ୍ଗର ବାଙ୍କୁଡା ଫେରୁଥିଲେ। ବସ୍ଟି ନିଧିପଣ୍ଡା ନିକଟରେ ଗତି କରୁଥିବା ବେଳେ ଆଗ ଚକା ଫାଟି ଯାଇଥିଲା। ଏହି ସମୟରେ ବସ୍ଟି ସାମନା ପଟୁ ଆସୁଥିବା ଡମ୍ଫରକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡମ୍ଫର୍ ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି। ଖବର ପାଇ ତୁରନ୍ତ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ତଦନ୍ତ କରୁଛି |






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..