ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୩ ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ହମାସ୍-ଇସ୍ରାଏଲ୍ ଯୁଦ୍ଧ ଆଜି ୫ମ ମାସରେ ପହଞ୍ଚିଛି। ଯୁଦ୍ଧରେ ଗାଜାରେ ବ୍ୟାପକ କ୍ଷୟକ୍ଷତି, ସହସ୍ରାଧିକ ହମାସ୍ ଆତଙ୍କବାଦୀଙ୍କ ମୃତ୍ୟୁ ଓ ଶତାଧିକଙ୍କ ଗିରଫ ପରେ ଆଜି ହମାସ୍ ପକ୍ଷରୁ ୧୩୫ ଦିନିଆ ଶାନ୍ତି ପ୍ରସ୍ତାବ ଜାରି କରାଯାଇଛି। ତେବେ ଏନେଇ ଇସ୍ରାଏଲ୍ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ଦିଆଯାଇନାହିଁ। ହମାସ୍ ରଖିଥିବା ପ୍ରସ୍ତାବ ଅନୁସାରେ, ଉକ୍ତ ୪ ମାସ ୧୫ ଦିନ ମଧ୍ୟରେ ତିନିଟି ପର୍ଯ୍ୟାୟରେ ବନ୍ଦୀଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରାଯିବ। ଏହି ଚୁକ୍ତିକୁ ଗତ ସପ୍ତାହରେ କତର ଓ ଇଜିପ୍ଟର ମଧ୍ୟସ୍ଥିଙ୍କ ଦ୍ବାରା ପଠାଯାଇଥିଲା । ହମାସ୍ ପଠାଇଥିବା ଶାନ୍ତି ଚୁକ୍ତି ପ୍ରସ୍ତାବରେ, ୪୫ ଦିନ ହିସାବରେ ୩ଟି ପର୍ଯ୍ୟାରେ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ଏଥିରେ ଅକ୍ଟୋବର ୭ ତାରିଖରେ ହମାସ୍ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଛଡ଼ାଯିବ ଓ ପ୍ରତିବଦଳରେ ଇସ୍ରାଏଲ୍ ଜେଲରେ ବନ୍ଦୀ ଥିବା ହମାସ୍ ସଦସ୍ୟ ମୁକ୍ତ ହେବେ। ଗାଜାର ପୁନନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଗାଜାରୁ ଇସ୍ରାଏଲ୍ ସେନା ସଂପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତନ କରିବେ। ହମାସ୍ ସଂଗଠନ ପକ୍ଷରୁ କୁହାଯାଇଛି ଯେ ବର୍ତମାନ ଇସ୍ରାଏଲ୍ ଜେଲ୍ରେ ଏହାର ୧୫୦୦ ସଦସ୍ୟ ବନ୍ଦୀ ଅଛନ୍ତି।






More Stories
ରୁପା ଆମଦାନୀ ଉପରେ କଟକଣା……
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..
ରବର୍ଟ ଭଦ୍ରାଙ୍କୁ ଜାମିନ…..