ରିପୋର୍ଟ କାର୍ଡ / ବଲାଙ୍ଗୀର
ଜମି ଡିମାର୍କେସନ ପାଇଁ ଅମିନଜଣକ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଲେ। ଭିଜିଲାନ୍ସ ଜାଲରେରେ ପଡ଼ିଥିବା ଅମିନଜଣକ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲର ଅମିନ ନିରମଲେନ୍ଦୁ କବି । ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ଡିମାର୍କେସନ ନିମନ୍ତେ ପୂର୍ବରୁ ଅମିନ ନୀରମଲେନ୍ଦୁ କବିଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ଅମିନଜଣକ ୮ ହଜାର ଟଙ୍କା ଦାବି କରିଥିଲେ। ଏନେଇ ନିରମଲେନ୍ଦୁ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ସଇଁତଳା ତହସିଲ କାର୍ଯ୍ୟାଳୟରେ ଅମିନ ନିରମଲେନ୍ଦୁଙ୍କୁ ନିରଞ୍ଜନ ଟଙ୍କା ଲାଞ୍ଚ ଦେଇଥିଲେ। ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ନିରମଲେନ୍ଦୁଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ପଚରାଉଚରା କରାଯାଉଛି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..