ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର ହେଲେ ଦେଶର ନୂଆ ଲୋକପାଳ । ତାଙ୍କ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି ସାରିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିବା ବେଳେ ଏବେ ଏଏମ ଖାନୱିଲକର ଏବେଠୁ ଉକ୍ତ ପଦ ସମ୍ଭାଳିବେ। ଏହା ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ପ୍ରଦୀପ କୁମାର ମହାନ୍ତି ଏହି ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୧୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲୋକପାଳ ପଦ ସମ୍ଭାଳିଥିଲେ। ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ ତାରିଖରେ ନିଜ ପଦରୁ ଅବସର ନେଇଥିଲେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..