ରିପୋର୍ଟ କାର୍ଡ / କଟକ
ଲିଙ୍ଗ ନିରୁପଣ ଅଭିଯୋଗରେ କଟକ ଫ୍ରେଣ୍ଡସ୍ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ରେଡରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ। ରେଡ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ଲିଙ୍ଗ ନିରୁପଣ ମେସିନ ଜବତ କରିବା ସହ ଜଣେ ରୋଗୀଙ୍କୁ ଉଦ୍ଧାର କରିଛି ସ୍ୱାସ୍ଥ୍ୟ ବିଭାଗ। ଡାକ୍ତର ଜଣଙ୍କ ଦେବଗଡ଼ ସରକାରୀ ମେଡିକାଲରେ କାର୍ଯ୍ୟରତ ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ଲିଙ୍ଗ ନିରୁପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ କରାଯାଇଥିଲା।ଅନ୍ୟପକ୍ଷରେ ଡାକ୍ତର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..