ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରି କରିବା ପାଇଁ ବିଜ୍ଞପ୍ତି ଜାରି କରାଯିବ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ
୨୦୧୯ ପୂର୍ବରୁ ଏହି ଆଇନ ପ୍ରସ୍ତୁତ ହୋଇରହିଛି ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ଏହା ଦେଶରେ ଲାଗୁ କରାଯିବ । ଏହାସହ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସିଏଏ କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ, ବରଂ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ହୋଇ ଭାରତରେ ଶରଣ ନେଇଛନ୍ତି ସେହି ଲୋକମାନଙ୍କୁ ନାଗରିକତା ଦେବ । ସେପଟେ ଆଗାମି ନିର୍ବାଚନରେ ବିଜେପି ଏକାକୀ ୩୭୦ଆସନରେ ଜିତିବ ବୋଲି ଦୃଢୋକ୍ତି ବାଢିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାସହ ଏନଡିଏକୁ ମୋଟ ୪୦୦ରୁ ଅଧିକ ସିଟ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଦେଶର ସରକାର ଗଠନ ହେବ ବୋଲି ଶାହା କହିଛନ୍ତି ।






More Stories
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..
ଇରାନର ୩ ସର୍ତ୍ତ ମାନିଲେ ବଞ୍ଚିବ…..