ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭାରେ ନୀତୀଶ ସରକାର ଶକ୍ତି ପରୀକ୍ଷା ଦେଇଛନ୍ତି | ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବାଚସ୍ପତି ଅବଧ ବିହାରୀ ଚୌଧୁରୀ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ପରେ ସେ ପଦ ଛାଡିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା | ଏହା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ତେବେ ସୋମବାର ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ସେ ବାଚସ୍ପତି ପଦ ଛାଡିଛନ୍ତି। ଅବଧ ଚୌଧୁରୀଙ୍କୁ ୧୨୫ ବନାମ ୧୧୨ ଭୋଟ୍ରେ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..