ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭାରେ ନୀତୀଶ ସରକାର ଶକ୍ତି ପରୀକ୍ଷା ଦେଇ ପାସ ହୋଇଛି | ବିହାର ବିଧାନସଭାରେ ନୀତୀଶ ସରକାର ଶକ୍ତି ପରୀକ୍ଷା ଦେଇ ପାସ ହୋଇଛି | ନିତୀଶଙ୍କ ସପକ୍ଷରେ ୧୨୯ ଭୋଟ ପଡିଥିଲା | ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା | କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । ଆସ୍ଥାଭୋଟ ପୂର୍ବରୁ ନୀତୀଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଆମେ ଜାଣିବାକୁ ପାଇଲୁ ଯେ ଏହି ଲୋକମାନେ ଦୁର୍ନୀତି କରୁଥିଲେ … ବିଜେପି କେବେ ବି ଏପରି କରେନାହିଁ। ସେମାନେ ସମସ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ। ଆମେ ଏହାର ଯାଞ୍ଚ କରିବୁ । ଟଙ୍କା କେଉଁଠୁ ଆସିଲା, ଆମେ ସମସ୍ତଙ୍କର ତଦନ୍ତ କରିବୁ। ଆପଣଙ୍କ ଦଳ ଠିକ୍ କାମ କରୁନାହିଁ। ଯେତେବେଳେ ଆପଣଙ୍କର ସମସ୍ୟା ଥାଏ ସେତେବେଳେ ଆମକୁ ଦେଖା କରନ୍ତୁ । ଆମେ ଆପଣଙ୍କ କାମ କରିବୁ। ଆମେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ। ଆମେ ତିନିଜଣ ସବୁବେଳେ ଏକାଠି ରହିବୁ।
Discussion about this post