ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭାରେ ନୀତୀଶ ସରକାର ଶକ୍ତି ପରୀକ୍ଷା ଦେଇ ପାସ ହୋଇଛି | ବିହାର ବିଧାନସଭାରେ ନୀତୀଶ ସରକାର ଶକ୍ତି ପରୀକ୍ଷା ଦେଇ ପାସ ହୋଇଛି | ନିତୀଶଙ୍କ ସପକ୍ଷରେ ୧୨୯ ଭୋଟ ପଡିଥିଲା | ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା | କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । ଆସ୍ଥାଭୋଟ ପୂର୍ବରୁ ନୀତୀଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଆମେ ଜାଣିବାକୁ ପାଇଲୁ ଯେ ଏହି ଲୋକମାନେ ଦୁର୍ନୀତି କରୁଥିଲେ … ବିଜେପି କେବେ ବି ଏପରି କରେନାହିଁ। ସେମାନେ ସମସ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ। ଆମେ ଏହାର ଯାଞ୍ଚ କରିବୁ । ଟଙ୍କା କେଉଁଠୁ ଆସିଲା, ଆମେ ସମସ୍ତଙ୍କର ତଦନ୍ତ କରିବୁ। ଆପଣଙ୍କ ଦଳ ଠିକ୍ କାମ କରୁନାହିଁ। ଯେତେବେଳେ ଆପଣଙ୍କର ସମସ୍ୟା ଥାଏ ସେତେବେଳେ ଆମକୁ ଦେଖା କରନ୍ତୁ । ଆମେ ଆପଣଙ୍କ କାମ କରିବୁ। ଆମେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ। ଆମେ ତିନିଜଣ ସବୁବେଳେ ଏକାଠି ରହିବୁ।






More Stories
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..