ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରତି ବର୍ଷ ହୃଦ ରୋଗରେ ଭାରତରେ ୧୮ ନିୟୁତ ଲୋକେ ମୃତ୍ୟୁ ବରଣ କରନ୍ତି l ମଧୁମେହ ରୋଗର ରାଜଧାନୀ ପାଲଟିଛି । ପରିବେଶ ପ୍ରଦ୍ୟୁଷଣ ଓ ନିଦ୍ରlହିନତl ହୃଦ ରୋଗ ପାଇଁ ଦାୟୀ ବୋଲି ଡାକ୍ତର ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି l ଥିଙ୍କର୍ସ କ୍ଳବ୍ ର ୯୬ ତମ ଆଭାଶି ଆଲୋଚନା ସଭାପତି ବରଦା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସୁ ସ୍ବାସ୍ଥ୍ୟ ହିଁ ଆମର ପ୍ରକୃତ ସମ୍ପଦ ହୋଇଥିବାରୁ ତାର କିପରି ଯତ୍ନ ନେବା ଉଚିତ୍ ସେ ସମ୍ପର୍କରେ ବଡ଼ମେଡ଼ିକାଲ ର ମେଡିସିନ ଓ ହୃଦ ରୋଗ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଓ ଡାକ୍ତର ସୁର କିଶୋର ମିଶ୍ର ବିଶଦ ଭାବେ ଆଲୋଚନା କରିଥିଲେ l ଡାକ୍ତର ପଣ୍ଡା କହିଲେ ଯେ ଓଜନ ବୃଦ୍ଧି ସବୁ ରୋଗର ମୂଳ କାରଣ l ୫ ଗ୍ରାମ ରୁ କମ ଲୁଣ,ମିଠା ପରିବର୍ତ୍ତେ ଫଳ, ଚିନ୍ତlମୁକ୍ତ ଜୀବନ,ନିୟମିତ ବ୍ୟାୟାମ,ଧ୍ୟାନ ପ୍ରାଣାୟାମ ଅଭ୍ୟାସ,ଧୁମ୍ର ଓ ମଦ୍ୟ ପାନ ରୁ ବିରତି ରହିବା ନିହାତି ଜରୁରୀ l ସେହିପରି ହୃଦ ରୋଗ ର କାରଣ ଓ ନିରାକରଣ ଦିଗରେ ଡାକ୍ତର ମିଶ୍ର ମେଦ ବହୁଳତା ଠୁ ଦୂରେଇ ରହି ନିୟମିତ ଶୁ ଖାଦ୍ୟ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ l ଓଡ଼ିଶା ସରକାରଙ୍କ ଉପଦେଷ୍ଟା ରଞ୍ଜନ ବିଶ୍ଵାଳ ନିରାମୟ ଯୋଜନାର ଲାଭ ଉଠାଇବାକୁ କହିଥିଲେ l ସମସ୍ତ ସରକାରୀ ଡାକ୍ତରଖାନା ନିକଟରେ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ରୋଗୀ ମାନଙ୍କୁ ୭୦୦ ପ୍ରକାର ମେଡିସିନ ଦେବା ପାଇଁ ବାର୍ଷିକ ୯୦୦ କୋଟି ବ୍ୟୟ ବରାଦ ହୋଇଛି ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଥିଲେ l କଟକ ଶ୍ରୀରାମ ଚନ୍ଦ୍ର ଚିକିତ୍ସା ମହାବିଦ୍ୟାଳୟର ଉପଦେଷ୍ଟା ସ୍ଵପ୍ନlରlଣି ପାତ୍ର ନିୟମିତ ରୋଗୀସେବା ତଦାରଖ ସମ୍ପର୍କରେ କହିଥିଲେ l ବିଶ୍ଵ ସ୍ତରୀୟ ଡାକ୍ତରଖାନା ପାଇଁ କଟକ ବଡ଼ମେଡ଼ିକାଲ କୁ ସରକାର ଚୟନ କରି କlର୍ଯ୍ୟ ତ୍ଵରାନିତ କରିବା ଖୁସି ର ଖବର ବୋଲି ପ୍ରକାଶ କରିଥିଲେ l ଡ଼ ନନ୍ଦ ନନ୍ଦନ ଦାସ, ବିନୋଦ ମହାନ୍ତି, ଜାମସେଦପୁରର ଡ଼ ମନୋଜ ମହାପାତ୍ର, ଜାପାନ ରୁ କlଳିପଦ ତ୍ରିପାଠୀ,ବାହାରିନ ରୁ ସୁବାସ ସାହୁ,ଇଣ୍ଡୋନେସିଆ ରୁ ଶୁଭେନ୍ଦୁ ପଣ୍ଡା,ଛତିଶଗଡ ରୁ ପ୍ରତାପ ରାଉତ,ପ୍ରଫେସର ପ୍ରମୋଦ ଶତପଥୀ, ବାଙ୍ଗାଲୋର ରୁ ବିଭୁଦତ୍ତ ମହାନ୍ତି,ଡାକ୍ତର ଅମୂଲ୍ୟ ଚୌଧୁରୀ,ଦିଲ୍ଲୀ ରୁ ଚିତ୍ତରଞ୍ଜନ ଶତପଥୀ,ପ୍ରଫେସର ଜୟକୃଷ୍ଣ ଚୌଧୁରୀ,ଅଧ୍ୟାପିକା ପୂର୍ଣ୍ଣିମା ମିତ୍ର ଆଦି ଯୋଗ ଦେଇ ପ୍ରଶ୍ନ ପଚାରିଥିଲେ l






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….