ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ସିନେମା ଜଗତରେ ଜଣାଶୁଣା ଅଭିନେତା ଚକ୍ରଧର ଜେନାଙ୍କର ପରଲୋକ ହୋଇଛି | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ସେ ଦୀର୍ଘ ୨୩ ଦିନ ହେବ ଏମ୍ସରେ ଚିକିତ୍ସିତ ହେଉଥିଲେ। ସୋମବାର ରାତିରେ ହୃଦଘାତ ଯୋଗୁ ଶ୍ରୀ ଜେନା ଶେଷନିଶ୍ୱାସ ତ୍ୟାଗକରିଛନ୍ତି । ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି | ୧୯୫୪ରେ ବାଲେଶ୍ୱର ଜିଲ୍ଲା ଭିଲ୍ଲା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେନା ୧୯୮୩ ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିଗ୍ରୀ ହାସଲ କରିଥିଲେ। ସେ ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଯୋଡ଼ି ହୋଇ ରହିଥିଲେ। ଅନେକ ହିଟ ସିନେମାରେ ସେ ଅଭିନୟ କରି ନିଜର ଛାପ ଛାଡ଼ିଛନ୍ତି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..