Report Card Odisha

| Daily Odia News

ଥିଙ୍କର୍ସ କ୍ଳବର ଶ୍ରୀମନ୍ଦିର ମହାପ୍ରସାଦ ମାହାତ୍ମ୍ୟ ଆଭାସି ଆଲୋଚନା…..

ରିପୋର୍ଟ କାର୍ଡ / କଟକ

ଶ୍ରୀ ଜଗନ୍ନାଥ ମନ୍ଦିରରେ ୨୫୬ ଟି ଚୁଲ୍ଲ୍।ରେ ୯ ଟି ହଙ୍କ ଉପରେ ୯ ଗୋଟି ହାଣ୍ଡି ରଖାଯାଇ ଏକ କାଳୀନ ରନ୍ଧା ହୁଏ l ବଡ ସୁଆର ଏହା ପ୍ରସ୍ତୁତ କରିଥାନ୍ତି l ଶଙ୍ଖୁଡ଼ି ଓ ନିସଂଖୁଡ଼ି ଦୁଇ ପ୍ରକାର ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ l ଏହlର ଅନ୍ୟ ନାମ ନିର୍ମାଲ୍ୟ ,କୈବଲ୍ୟ ବୋଲି ଥୀଙ୍କର୍ଶ କ୍ଳବ୍ ର ୯୭ ତମ ଆଭlଶୀ ଆଲୋଚନାରେ ମୁଖ୍ୟ ବକ୍ତା ଡ ନରେଶ ଦlଶ ପ୍ରକାଶ କରିଛନ୍ତି l ସେ କହିଲେ ଯେ ରୋଷ ଘର ର ଅଧିପତି ହେଲେ ଦକ୍ଷିଣ କlଳିକା l ସ୍ଵୟଂ ଲକ୍ଷ୍ମୀ ମହାପ୍ରସାଦ ରନ୍ଧନ କରିଥାନ୍ତି ଓ ମହାପ୍ରଭୁ ଭୋଜନ କରନ୍ତି l ଅମୋଣିହା, ଅର୍ଣ, ଛେକ,ଭୈରବ ଚକ୍ର ଭୋଗ ପୂଜା ପରେ ନୈବେଦ୍ୟ,ପ୍ରସାଦ,ପ୍ରଭୁ ଙ୍କ ସେବନ ପରେ ଶ୍ରୀ ମହାପ୍ରସାଦ ଓ ବିମଳାଙ୍କ ପାଖେ ପୂଜା ପରେ କୈବଲ୍ୟ କୁହାଯାଏ l ଏହାର ଅନ୍ୟ ନାମ ଅବଢ଼ା ବା ନିର୍ମାଲ୍ୟ ବୋଲି ଗବେଷକ ଡ ଦlଶ ପ୍ରକାଶ କରିଥିଲେ l ଶ୍ରୀମନ୍ଦିର ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆର କହିଲେ ସୁଦ୍ଧତ।,ସୌଚତ।,ସଂସ୍କାର ସହକାରେ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ l କୋଇଲା ଚୁଲି ରେ କଷ୍ଟ ସହକାରେ ପିଠ। ଭୋଗ ପ୍ରସ୍ତୁତ ହୁଏ l ଅଧ ଘଣ୍ଟା ରେ ଦସ ହଜାର ଲୋକଙ୍କ ପାଇଁ ମହା ପ୍ରସାଦ ପ୍ରସ୍ତୁତ ହୋଇଥାଏ l ବିଶ୍ଵରେ ଏପରି ଭୋଗ କେଉଁଠାରେ ମିଳେନାହିଁ l ଅତିଥି ଭାବେ ଭିଏତନାମ କନସଲ ଜେନେରାଲ ଡ ମଦନ ମୋହନ ସେଠୀ,ଆଇ ଏଫ୍ ଏସ ମହାପ୍ରସାଦ ମହିମା ସମ୍ପର୍କରେ କହିଥିଲେ ଓ ଏପରି ଉଦ୍ୟମ କୁ ପ୍ରଶଂସା କରି ଭବିଷ୍ୟତ ରେ ଆବଶ୍ୟକ ସହଯୋଗ କରିବେ ବୋଲି କହିଥିଲେ l ସଭାରେ ଅଧ୍ୟକ୍ଷତା କରି ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ମହାପ୍ରସାଦ ମାହାତ୍ମ୍ୟ ଓ ଏହା ବିଶ୍ଵ ରେ ଅଦ୍ୱିତୀୟ ବୋଲି କହିଥିଲେ l ଜର୍ମାନ ରୁ ପ୍ରୀତିଶ ଦାସ,ଲଣ୍ଡନ ରୁ ସୁକାନ୍ତ ସାହୁ,ବାହାରିନ ରୁ ସୁବାସ ସାହୁ,ଦିଲ୍ଲୀରୁ ପ୍ରକାଶ ନାୟକ, ଛତିଶଗଡ ରୁ ପ୍ରତାପ ରାଉତ,ମଧ୍ୟପ୍ରଦେଶ ରୁ ଡ ରଜତ କୁମାର ଶତପଥୀ, ବେଙ୍ଗାଲୁରୁ ରୁ ବିଭୁ ଦତ୍ତ ମହାନ୍ତି,ଡ ନନ୍ଦ ନନ୍ଦନ ଦାସ,ମନ୍ମଥ ନାଥ ପାଣି ପ୍ରଶ୍ନ ମlନ ପଚାରି ଥିଲେ l

Breaking News