ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ଖୁସି ଖବର। ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସେମାନେ ମାସିକ ଦରମା ୭ ହଜାରରୁ ୧୦ ହଜାର ବଦଳରେ ୧୦ ହଚାର ଟଙ୍କା ପାଇବେ। ଏଣେ ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ନିୟମିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଟିଇଟି ପାସ୍ କରିଥିବା ଗଣଶିକ୍ଷକମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧ ହଜାର ୪୭୨ ଗଣଶିକ୍ଷକ ଉପକୃତ ହେବେ ବୋଲି ଜଣାଯାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..