ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ସମ୍ବଲପୁରରେ ରାଷ୍ଟ୍ରପତିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରୁ ବାୟୁସେନା ହେଲିକପ୍ଟରରେ ଯାଇ ସମ୍ବଲପୁର ରେଢାଖୋଲ କଦଳିଗଡସ୍ଥିତ ହାଇସ୍କୁଲ ପଡିଆରେ ଓହ୍ଲାଇବେ ରାଷ୍ଟ୍ରପତି। ଏହା ପରେ ସନ୍ଥ କବି ଭୀମଭୋଇ ଆବିର୍ଭାବ ପୀଠକୁ ଗସ୍ତ କରିବେ। ସେଠାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଧ୍ୱନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁରରେ ରାଷ୍ଟ୍ରପତି ଆହୁରି ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ।






More Stories
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..
ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ…..