Report Card Odisha

| Daily Odia News

ଏକାକୀ ନିର୍ବାଚନ ଲଢ଼ିବ ବିଜେପି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

‘ବିଜେଡି ସହିତ ମେଣ୍ଟ କରିବା ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ଦିଲ୍ଲୀରୁ ଫେରିବା ପରେ ଏପରି କହିଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନିର୍ବାଚନ ପ୍ରସ୍ତୁତି ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ କଥାବାର୍ତ୍ତା ଥିଲା। ସେହି ଉଦ୍ଦେଶ୍ୟରେ ଆମେ ଦିଲ୍ଲୀ ଯାଇଥିଲୁ। ସେଠାରେ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇନାହିଁ। ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। ଓଡ଼ିଶାରେ ଓ କେନ୍ଦ୍ରରେ କେମିତି ଆମ ସରକାର ହେବ ସେ ବିଷୟରେ ଆଲୋଚନା ହୋଇଛି। ସେ ସଂପର୍କିତ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଓଡ଼ିଶାରେ ବିଜେପି ଏକାକୀ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ। ମେଣ୍ଟ ନେଇ କେବଳ ମନଗଢ଼ା କାହାଣୀ କୁହାଯାଉଛି।  ବିଜେଡି ନେତା ଭି.କେ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ହଠାତ୍ ଦିଲ୍ଲୀ ଗସ୍ତରେ ଯିବା ପରେ ବିଜେପି-ବିଜେଡି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଆସନ ବୁଝାମଣା ନେଇ ସେମାନେ ସେଠାରେ ଆଲୋଚନା କରିବାକୁ ଯାଇଥିବା ଆଲୋଚନା ହୋଇଥିଲା।ତେବେ ଆଜି ସକାଳେ ଉଭୟ ନେତା ଭୁବନେଶ୍ୱର ଫେରି ଆସିଥିଲେ ହେଁ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିଲା। ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୧୧ ବର୍ଷର ମେଣ୍ଟ ସମ୍ପର୍କକୁ ବିଜେଡି ୨୦୦୯ ମାର୍ଚ୍ଚ ୮ ତାରିଖରେ ଛିନ୍ନ କରିଥିଲା । ବିଜେପି ନେତୃତ୍ୱାଧୀନ ଏନଡିଏରୁ ଓହରି ଯାଇଥିଲା । ଏବେ ଦୀର୍ଘ ୧୫ବର୍ଷ ପରେ ବିଜେଡି ପୁଣି ଥରେ ଏନଡିଏକୁ ଫେରିବା ନେଇ କିଛି ଦିନ ହେଲା ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା । ୧୨ ତାରିଖ ସୁଦ୍ଧା ଦୁଇ ଦଳ ମେଣ୍ଟ ଓ ଆସନ ବୁଝାମଣା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଥିଲା।

Breaking News