ରିପୋର୍ଟ କାର୍ଡ / କନ୍ଧମାଳ
ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ। ମୃତ ଦମ୍ପତି ହେଲେ ଡାହିରା କହଁର ଓ ବତସୀ କହଁର। ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ। ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନକ୍ସଲମାନେ ସେମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ନକ୍ସଲ ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲ ପକାଇ ଦେବା ପରେ ଅଞ୍ଚଳବସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..